damnlyrics.com

Kahai Mana Are

କହଇ ମନ ଆରେ ମୋ ବୋଲ କର

କଳଶ୍ରୀମୁଖ ବାରେ ଦେଖିବା ଚାଲ

କେତେଦିନ ମନ ବାନ୍ଧିଛୁ ଆଣ୍ଟ

କି ଘେନି ଯିବୁ ତୋର ଛୁଟିଲେ ଘଟ ।।

ଖଣ୍ଡି ଖଣ୍ଡିଯେ ତୋର ପଞ୍ଜର କାଠି

ଖାଉନଥିବେ ସ୍ୱାନ ଶୃଗାଳ ବାଣ୍ଟି

ଖଟ ପଲଙ୍କେ ଶେଯ ସେଜାଇ ସୋଊ

ଖଳ ଦୁର୍ଗନ୍ଧ ହେଉ ଏ ତୋର ଦେହୁ।।

ଗଲେଣି ତୋ ସାଙ୍ଗରୁ ଯେତେକ ଜଣ

ଗଣ୍ଠି ରେ ବାନ୍ଧି ନେଲେ କେ କେତେ ଧାନ

ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲି

ଗଢେ ମର୍ଜୀନ ଧାନ ଆରେଜିଲୁ ।।

ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ

ଘଟ ଛୁଟ୍ଟିଲେ ତୋତେ ବୋଲିବେ ଭୂତ

ଘର ଘରଣୀ ଦେହ କିଲାଉ ଥିବେ

ଘେନି ବନ୍ଧୁ କୁଟୁମ୍ବ ସୁଦ୍ଧା ହୋଇବେ।।

ଉଦ୍ଧାର ହୋଇବୁ ଯେବେ ଭାବ ସାଗରୁ

ଉପାୟ କରି ଭଜ ଏବେ ଶ୍ରୀଗୁରୁ

ଉନ ହେଉଛି ଦିନୁ ଦିନ ଆୟୁଷ

ଆଉ ଏଣିକି ଅଛି କେତେ ବୟସ।।

ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର

ଚିରି ଭିତର ଦେଖା କି ନାରଖାର

ଚର୍ମ ବେଢିଛି ଆଇନ ଚୌରସୀଙ୍କି

ଚିତ ତୁ ଦିଅ ନୀଳ ଗିରି ବାସୀଙ୍କି ।।

ଛାର ଦେହକୁ ମନ କରିଛୁ ସାର

ଛନ୍ଦ କପଟ ତେଜ ଗୋବିନ୍ଦ ଭଜ

ଛୁଇଁବେ ନାହିଁ ତୋତେ ବୋଲିବେ ମଡା

ଛ ଖାଣ୍ଡି କାଠ ତୋତେ ହୋଇବ ଲୋଡା ।।

ଯମ ଯେ ନ ଜଣାଇ ବାଳୁତ ଯୁବ

ଜିଁବୁ ବୋଲି ମନେ କରିଛୁ ଅବା

ଜଣେ ହେଁ ଏଥୁ କେହି ନାହିଁ ଅମର

ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର ।।

ଝୋଳ କାନ୍ଥ ପଛୋଡା ପିନ୍ଧ କୁ ରସୁ

ଝଡ଼ ସଂସାରେ ମନ ନ ବୁଝି ପଶୁ

ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ

ଝଡିଲା ପତ୍ର ବୃକ୍ଷେ ଲାଗିଛି କାହିଁ ।।

ନିଶି ଦିବସେ ଥୟ ନୋହୁଁନା ମନ

ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ

ନ ଯିବେ ସଙ୍ଗେ କେହି ଯିବୁ ତୁ ଏକା

ନାମ ମାତ୍ର ଅଟଇ ପାଥ କୁ ସଖା ।।

ଟାଣ କରିଛୁ ମନସବୁ ମୋହରି

ଟଳି ପଡ଼ିଲେ କେହି ନୁହେଁ କାହାରି

ଟେରା ଭିତରେ ଜେନେଁ ଅପୂର୍ବ ନାରୀ

ଟୋପ ଚଉରା ଅଛି ତୋ ଦେହେ ପରି ।।

ଠିକେ ମୁଁ କହୁଅଛି କର ମୋ କଥା

ଠିକେ ତୋ ଦେହେ ଅଛି ସୁନ୍ୟଦେବତା

ଠକି ଜିବୁତି ଠିକ୍ ମୁଣ୍ଡ ପଡ଼ିଲେ

ଠିକେ ଗୁରୁଙ୍କ ସେବା କର ତୁ ଭଲେ ।।

ଡାକି କହୁଛି ମନ ଭଜ ଗୋବିନ୍ଦ

ଡର ଜଞ୍ଜାଳ ଜାଉ ତୋହର ହୃଦ

ଡେରି ଥାନ୍ତି ଶ୍ରାବଣ ଭକ୍ତ ଡାକକୁ

ଡଙ୍ଗା ଜେଂହେଁ ଜଳରେ ଚାହେଁ ପଛକୁ।।

ଢୋଲ ଯେସନେ ଢାଉଁ ଢ଼ାଉଁ ବାଜଇ

ଢାଳେ ତାହିଁଁ ଭିତରେ କିଛି ହି ନାହିଁ

ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ

ଢଳି ପଡ଼ିଲେ ସବୁ ହେବଟି ମିଛ ।।

ଏଣେ ତୁ ଦେଇଥିଲେ ତେଣେ ପାଇବୁ

ଅଣ ଆୟତ ବେଳେ କି ଘେନିଯିବୁ

ଅଣନିଶ୍ଵାସି ହୋଇ ରହିବୁ ଦିନେ

ଅନେକ ଦୁଃଖ ଦେବେ ଯମ ଭୁବନେ ।।

ତୁଜେ ବୋଲୁ ମୋହର ଅର୍ଜିଲା ଧନ

ତୋଦେହ ନୁହେଁ ତୋର ଦେଖ ଏ ମାନ

ତୋହରି ସଂଗୁ ମନ ଗଲେଣି କେତେ

ତୁ ମିଥ୍ୟା କଥାକୁ ତ ଜାଉ ପରତେ ।।

ଥିଲେ ଏ ସଂସାରରେ ଯେତେ ନୃପତି

ଥୟ କରି କେ ଭୋଗ କଲା ଏ ପ୍ରୁଥି

ଥୋଇ ଧନ ତୋର ଖଣ୍ଟ ପାଇବେ

ଥାନେ ତୋହର ଘର କରି ରହିବେ ।।

Lyrics Submitted by Sp Bhadra

Enjoy the lyrics !!!