damnlyrics.com

Raja Jhia Sangey (Original)

[In Odia Script]

(ହୋ.... ଓ ଓ ଓ ଓ.....)

ରଜା ଝିଅ ସାଙ୍ଗେ, କରିଥିଲି ଭାବ ହାୟ, ଭୁବନେଶ୍ଵରର ହାଟରେ । (୨ ଥର)

ଆସୁ ଆସୁ ସେ ତ ଦଗା ଦେଇ ଗଲା, ତେଲେଙ୍ଗା ପେଣ୍ଠର ବାଟରେ ।।

(-ରଜା ଝିଅ ସାଙ୍ଗେ, କରିଥିଲି ଭାବ ହାୟ, ଭୁବନେଶ୍ଵରର ହାଟରେ) ....

ଗାଧୁଆ ତୁଠରେ ହଜିଲା ତା ଦିନେ, ହାତର ରତନ ମୁଦି (୨ ଥର)

ଏ କୂଳ ଖୋଜିଲା, ସେ କୂଳ ଖୋଜିଲା, ଖୋଜିଲା ପଥର ସନ୍ଧି ।

ଖୋଜୁ ଖୋଜୁ ସେ ତ, ପାଇଗଲା ମୋତେ ହାୟ, କେଦାର ଗଉରୀ ଘାଟରେ

ସେଇ ଝିଅ ପୁଣି ନଖରା କାଢ଼ୁଛି ଫୁଲୁନଖରାର ଛକରେ -

(-ରଜା ଝିଅ ସାଙ୍ଗେ, କରିଥିଲି ଭାବ ହାୟ, ଭୁବନେଶ୍ଵରର ହାଟରେ ....)

ଯିବିନି ଯିବିନି, ତୋ ସାଥେ ଆଉ ମୁଁ, କହିଲା ସେ ରଜା ଝିଅ । (୨ ଥର)

ସବୁ କଟକିଆ ବଡ଼ ଦଗା ଦିଆ,

ଚାହିଁବିନି ତୋରି ମୁହଁ ।

ଆଲୋ ଜେମାମଣି, ତମ ନୂଆ ରାଜଧାନୀ ଝିଅଙ୍କୁ ମୋ ଦଣ୍ଡବତ ରେ

କେବେ କୁଆଖାଇ ପୋଲରେ ସଲାମ,

ଗୋଇଁଠା କାଠଯୋଡ଼ି ପୋଲରେ -

(-ରଜା ଝିଅ ସାଙ୍ଗେ, କରିଥିଲି ଭାବ ହାୟ, ଭୁବନେଶ୍ଵରର ହାଟରେ ।

ଆସୁ ଆସୁ ସେ ତ ଦଗା ଦେଇ ଗଲା, ତେଲେଙ୍ଗା ପେଣ୍ଠର ବାଟରେ ।।

ରଜା ଝିଅ ସାଙ୍ଗେ, କରିଥିଲି ଭାବ ହାୟ, ଭୁବନେଶ୍ଵରର ହାଟରେ....

ଭୁବନେଶ୍ଵରର ହାଟରେ....

ଭୁବନେଶ୍ଵରର ହାଟରେ....... )

Lyrics Submitted by SRINIBASH SINGH

Enjoy the lyrics !!!