damnlyrics.com

Shree Mandire Jai

ଶ୍ରୀମନ୍ଦିର ଯାଇ ଶ୍ରୀ ଜଗନ୍ନାଥ ଙ୍କୁ

ମାଗିବିକି ଅବା ଆଉ ?

ଶ୍ରୀମନ୍ଦିର ଯାଇ ଶ୍ରୀ ଜଗନ୍ନାଥ ଙ୍କୁ

ମାଗିବିକି ଅବା ଆଉ ?

ମୋ ଜୀବନ ପଛେ ନର୍କେ ପଡିଥାଉ

ମୋ ଜୀବନ ପଛେ ନର୍କେ ପଡିଥାଉ

ଜଗତ ଉଦ୍ଧାର ହେଉ

ମହାବାହୁ, ଜଗତ ଉଦ୍ଧାର ହେଉ

ଶ୍ରୀମନ୍ଦିର ଯାଇ ଶ୍ରୀ ଜଗନ୍ନାଥ ଙ୍କୁ

ମାଗିବିକି ଅବା ଆଉ ?

ମାଗିବିକି ଅବା ଆଉ ? || 0

ପାପ ଆଉ ପୁଣ୍ୟ ଏ ଜଗତେ ଭରା

ମାୟା ମୋହ ଏଠି ସବୁତ ଅସରା

ପାପ ଆଉ ପୁଣ୍ୟ ଏ ଜଗତେ ଭରା

ମାୟା ମୋହ ଏଠି ସବୁତ ଅସରା

କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ

କି ଭିକ୍ଷା କରିବି ତାଙ୍କ ଶ୍ରୀଚରଣେ

ତାଙ୍କୁ କି ଅଜଣା ଆଉ?

ମାଗିବିକି ଅବା ଆଉ ?

ମହାବାହୁ, ଜଗତ ଉଦ୍ଧାର ହେଉ || 1

ତାଙ୍କ ହାତଗଢ଼ା ଏ ସାରା ସଂସାର

ନ ପାରନ୍ତି ଯେବେ କରି ସେ ଉଦ୍ଧାର

ତାଙ୍କ ହାତଗଢ଼ା ଏ ସାରା ସଂସାର

ନ ପାରନ୍ତି ଯେବେ କରି ସେ ଉଦ୍ଧାର

ଏକା ବସିଥା ତୁ ରତ୍ନ ସିଂହାସନେ

ଏକା ବସିଥା ତୁ ରତ୍ନ ସିଂହାସନେ

ଏ ଜଗତ ଭାସିଯାଉ

ମାଗିବିକି ଅବା ଆଉ

ମହାବାହୁ, ଜଗତ ଉଦ୍ଧାର ହେଉ ||

ଶ୍ରୀମନ୍ଦିର ଯାଇ ଶ୍ରୀ ଜଗନ୍ନାଥ ଙ୍କୁ

ମାଗିବିକି ଅବା ଆଉ ?

ଶ୍ରୀମନ୍ଦିର ଯାଇ ଶ୍ରୀ ଜଗନ୍ନାଥ ଙ୍କୁ

ମାଗିବିକି ଅବା ଆଉ ?

ମୋ ଜୀବନ ପଛେ ନର୍କେ ପଡିଥାଉ

ମୋ ଜୀବନ ପଛେ ନର୍କେ ପଡିଥାଉ

ଜଗତ ଉଦ୍ଧାର ହେଉ

ମହାବାହୁ, ଜଗତ ଉଦ୍ଧାର ହେଉ

ଜଗତ ଉଦ୍ଧାର ହେଉ

ଜଗତ ଉଦ୍ଧାର ହେଉ

Music & Lyrics: Amarendra mohanty

Singer: Bhikari Bala

Lyrics Submitted by RashmiRanjan Rajguru

Enjoy the lyrics !!!