DamnLyrics - The center provides all the lyrics

Dehe Purichi Tora - Namita Agrawal



     
Page format: Left Center Right
Direct link:
BB code:
Embed:

Dehe Purichi Tora Lyrics


ଦେହେ ପୁରିଛି ତୋର ବିଶେଷ ରୋଗ
ଦିନ ଚାରିକି ସିନା ଏ ସୁଖ ଭୋଗ
ଦଣ୍ଡେ ହେ କେହି ତୋତେ ରଖିବେ ନାହିଁ
ଦଣ୍ଡୁଜେ ଥିବେ ଯମ ଡଗର ନେଇ ।।
ଧର୍ମ ଅଧର୍ମ କଥା ନଜାଣୁ ତୁହି
ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ
ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ
ଧର୍ମରେ ଆତ ଯାତ ହେଉଛି ମହି ।।
ନିନ୍ଦିତ କର୍ମ କଲେ ନିନ୍ଦା ପାଇବୁ
ନରକେ ପଡ଼ି କେତେ ଦୁଃଖ ସହିବୁ
ନିମିଷେ ମାତ୍ର ମୁଖେ ନ ବୋଲୁ ହରି
ନାଶ ହେତୁକୁ କିମ୍ପା ଅଛୁ ଆବୋରି ।।
ପାଇଲେ ନିଶି ଯେହ୍ନେ ରବି ଉଦୟ
ପଦ୍ମଲୋଚନ ସବୁ ଦେହେ ଉଦୟ
ପ୍ରଭୁଙ୍କୁ ଆଶ୍ରେ କରି ତରିବୁ ଯେବେ
ପାଦପଦ୍ମ ରେ ଚିତ୍ତ ଦିଅତୁ ଏବେ ।।
ଫୁଲ ଯେସନେ ଫୁଲେ ଫୁଲେ ବିହରେ
ଫୁଲ ସମୀରେ ଆଉ ନ ଦିଶେ ତାରେ

ଫଳ ସଂସାରେ କର ହରି ଭଜନ
ଫାସ ଗଳା କୁ କିମ୍ପା କରୁଛୁ ଧନ ।।
ବେଳକୁ ବେଳ ତୋତେ କହୁଛି ମୁହିଁ
ବାନ୍ଧିଣ ନେବେ ଯମ କି ଦୁଃଖ ଦେଇ
ବିକଳେ ବାହୁ ଥିବୁ ଆକୁଳ ହୋଇ
ବେଳହୁ ଅଶ୍ରେ କରି ଭଜ ଗୋସାଇଁ ।।
ଭେଳା ବୁଡିବ ହେଳା କଲେ କହୁଛି
ଭଙ୍ଗା ନାବରେ କିବା ସିନ୍ଧୁ ତରିଛି
ଭାବକୁ ନିକଟ ସେ ଅଭାବେ ଦୂର
ଭକତ ଦାସ ବୋଲେ ଜୀବନ ଛାର ।।
ମିଥ୍ୟା ମାୟା ସଂସାର ନୁହେଁ କାହାରି
ମଲା ବୋଲିଣ ଦିନେ ପଡ଼ିବ ହୁରି
ମହି ଭିତରେ କେହି ରଖିବ ନାହିଁ
ମଲା ବୋଲି କହୁଛୁ ମାରିବୁ ତୁହି ।।
ଯନମ ହେଲେ ପ୍ରାଣୀ ଅବଶ୍ୟ ମରେ
ଯଶ ରଖିବୁ ଯେବେ ଭଜ ଶ୍ରୀ ହରି
ଯମ ଯେ ବାନ୍ଧି ନବ ହେବୁ ମେଲାଣି
ଜଗନ୍ନାଥ ମହିମା ଏଡିକି ଆଣି ।।
ରଙ୍ଗ ପସରା ସିନା ଭବ ସାଗର
ରଙ୍ଗ ଭିତରେ ଅଛି କି ନାରଖାର
ରୂପ ପ୍ରତିମାକୁ ତୁ ପାରେକ ନ ଯା
ରହିବେ ନାହିଁ କେହି ରାଜା ପରଜା ।।
ଲୋଚନେ ଦେଖି କର୍ଣେ ଶୁଣୁଛୁ ନୀତି
ଲୋଭ କରି ଅର୍ଜିଲୁ ଧନ ସଂପତ୍ତି
ଲୋଭ ଟି ସବୁ ନାଶ କରଇ ମନ
ଲୋଡିଲେ ନ ପାଇବୁ ଆଉ ଜୀବନ ।।
ବି ଅର୍ଥେ ବହିଅଛୁ ଦୁର୍ଲଭ ଦେହ
ବିଷୟ ବିଶେ ଆଉ ନବଳା ସ୍ନେହ
ବୁଡ଼ିଯିବ ଟି ମୂଳ ଲାଭ ସରିବ
ବେଳହୁଁ ଅଶ୍ରେକରି ଭଜ ମାଧବ ।।
ଶ୍ରୀକୃଷ୍ଣ ପାଦ ପଦ୍ମେ ଦିଅ ତୁ ମନ
ଶରିଲେ ନ ପାଇବୁ ଆଉ ଜୀବନ
ଶ୍ରୀକୃଷ୍ଣ ନାମ ଗୋଟି କର ଭଜନ
ଶ୍ରୀକୃଷ୍ଣ ପାଦ ପଦ୍ମେ କରତୁ ଧ୍ୟାନ ।।
ସନ୍ତୋଷ ଚିତ୍ତେ ତୁହି ହରିଙ୍କୁ ଭଜ
ସଂସାରେ ପଡ଼ି ଆଉ ନ ପାଅ ଲାଜ
ସବୁଟି ମିଛ ହରି ନାମଟି ସତ
ଶ୍ରୀକୃଷ୍ଣ ପାଦ ପଦ୍ମେ ଦିଅ ତୁ ଚିତ୍ତ ।।
ସତ୍ୟ ମଣୁଛୁ ତୁହି ଭବ ସାଗର
ସରିଯାଉଛି ପରମାୟୁ ତୋହର
ସନ୍ତୋଷ ହୋଇ ଦୃଢେ ଭଜ ଶ୍ରୀ ହରି
ଶୋକ ସାଗରୁ ଯେବେ ହୋଇବୁ ପାରି ।।
ହୁଡ଼ିଲେ ଯେତେ ଜନ ହରି ନାମକୁ
ହିନ ଗତିକୁ ଗଲେ ବୁଡି ତଳକୁ
ହେଜିଲେ ଦେହ ଆଉ ପାଇବୁ ନାହିଁ
ହଟା ବସାଇଥିବେ ତୋ ଦେହ ପାଇଁ ।।
କ୍ଷୟ ଦୁର୍ଲଭ ଦେହ ହୋଏ ଆୟୁଷ
କ୍ଷୟ ନ ଯିବ ନାମ ହୃଦ ରେ ଘୋଷ
ଚ୍ଛାର ଦେହକୁ ମନ ନଯା ବିଶ୍ୱାସ
ଚ୍ଛାର ଦୂର୍ବୁଧି କହେ ଭକତ ଦାସ ।।
Lyrics Submitted by ଓଡ଼ିଆ ଭାଷା ପ୍ରେମୀ(ଭଦ୍ର)

Enjoy the lyrics !!!