Jaga Kalia Re - Bhikari Bal
| Page format: |
Jaga Kalia Re Lyrics
ଜଗା କାଳିଆରେ
ଜଗା କାଳିଆ...
.
.
.
ଜଗା କାଳିଆରେ
ଜଗା କାଳିଆ
ତୁ ଯେବେ କରିବୁରେ ମୋତେ ଆଜି ଲୋକହସା
ସମର୍ପିବି ଏ ଜୀବନ ନ ରଖିବି ତୋର ଆଶା(2)
ଜଗା କାଳିଆରେ
ଜଗା କାଳିଆ...
.
.
.
ଦୁଃଖୀ ଦୁଃଖ ଶୁଣୁ ବୋଲି ନାମ ଦୁଖଃହାରୀ
ମୋ ଦୁଖଃ ବେଳକୁ ପ୍ରଭୁ ହେଉଛୁ ଭଗାରୀ
.
ଦୁଃଖୀ ଦୁଃଖ ଶୁଣୁ ବୋଲି ନାମ ଦୁଖଃହାରୀ
ମୋ ଦୁଖଃ ବେଳକୁ ପ୍ରଭୁ ହେଉଛୁ ଭଗାରୀ
ତୋତେ ବା କାହିଁକି କିଏ କରିବ ଭରସା
ତୋତେ ବା କାହିଁକି କିଏ କରିବ ଆଉ ଭରସା
ଜଗା କାଳିଆରେ
ଜଗା କାଳିଆ...
ତୁ ଯେବେ କରିବୁରେ ମୋତେ ଆଜି ଲୋକହସା
ସମର୍ପିବି ଏ ଜୀବନ ନ ରଖିବି ତୋର ଆଶା(2)
ଜଗା କାଳିଆରେ
ଜଗା କାଳିଆ...
.
.
.
ଦେଇ ଦେଇ ବୋଲାଉଛୁ ଦାତା ଜଗତରେ
ମୋତେ ଦବା ପାଇଁ କିଛି ନାହିଁ ତୋ ଭଣ୍ଡାରେ
.
ଦେଇ ଦେଇ ବୋଲାଉଛୁ ଦାତା ଜଗତରେ
ମୋତେ ଦବା ପାଇଁ କିଛି ନାହିଁ ତୋ ଭଣ୍ଡାରେ
କେଉଁ ଅପରାଧେ ପ୍ରଭୁ କରୁଛୁ ନିରାଶା
କେଉଁ ଅପରାଧେ ପ୍ରଭୁ କରୁଛୁ ମୋତେ ନିରାଶା
ଜଗା କାଳିଆରେ
ଜଗା କାଳିଆ
ତୁ ଯେବେ କରିବୁରେ ମୋତେ ଆଜି ଲୋକହସା
ସମର୍ପିବି ଏ ଜୀବନ ନ ରଖିବି ତୋର ଆଶା(2)
ଜଗା କାଳିଆରେ
ଜଗା କାଳିଆ...
ଜଗା କାଳିଆରେ........
ଜଗା କାଳିଆ...
Lyrics Submitted by କାଳିଆ ରଜା ର ପ୍ରଜା